16,99 €
inkl. MwSt.

Versandfertig in über 4 Wochen
payback
8 °P sammeln
  • Broschiertes Buch

ଦଳିତ ସାହିତ୍ୟ ସାମାଜିକ ବୈଷମ୍ୟ, ଅସ୍ପୃଶ୍ୟତା, ଲିଙ୍ଗ ଭେଦ ଓ ଅସମାନତା ବିରୁଦ୍ଧରେ ବିଦ୍ରୋହ ଘୋଷଣା କରେ । ଭାରତୀୟ ସମାଜରେ 'ଶ୍ରେଣୀ ସଂଘର୍ଷ' ଓ 'ଦଳିତ ବିଦ୍ରୋହ'କୁ ସମଭାବରେ ଗ୍ରହଣ କରାଯାଇପାରିବ ନାହିଁ । ଧନୀ ଓ ଗରିବ ମଧ୍ୟରେ ତାରତମ୍ୟ ସେତେବଡ଼ ସମସ୍ୟା ନୁହେଁ । ଧନୀ ଦିନେ ଗରିବ ଓ ଗରିବ ଦିନେ ଧନୀ ହୋଇଥିବାର ଦୃଷ୍ଟାନ୍ତ ଦୁନିଆରେ ଅଭାବ ନାହିଁ । କିନ୍ତୁ ଜାତି ଜନିତ ବୈଷମ୍ୟ ସବୁ କାଳ ପାଇଁ ସତେ ଯେପରି ଅମରତ୍ୱ ଲାଭ କରିଛି । ଜାତି ପ୍ରଥାରେ ଉଚ୍ଚବର୍ଗ ସଦାବେଳେ ଶ୍ରେଷ୍ଠ, ଦଳିତ ସର୍ବଦା ନିଚ୍ଚ ହୋଇ ଆଜୀବନ ମଥାନତ ହୋଇ ବଂଚିରହେ । ଦାରିଦ୍ର]୍ୟ ଅପେକ୍ଷା ଜାତି ପ୍ରଥା ଅତି ଉତ୍କଟଭାବେ ଅବହେଳିତ ସମାଜର ଦୁଃଖର କାରଣ ହୋଇଚାଲିଛି । ଏହି ଜାତିପ୍ରଥାକୁ ସାହିତ୍ୟରେ ଯେ ବିରୁଦ୍ଧ କରାଯାଇ ନାହିଁ ତାହାନୁହେଁ, ଯେତିକି…mehr

Produktbeschreibung
ଦଳିତ ସାହିତ୍ୟ ସାମାଜିକ ବୈଷମ୍ୟ, ଅସ୍ପୃଶ୍ୟତା, ଲିଙ୍ଗ ଭେଦ ଓ ଅସମାନତା ବିରୁଦ୍ଧରେ ବିଦ୍ରୋହ ଘୋଷଣା କରେ । ଭାରତୀୟ ସମାଜରେ 'ଶ୍ରେଣୀ ସଂଘର୍ଷ' ଓ 'ଦଳିତ ବିଦ୍ରୋହ'କୁ ସମଭାବରେ ଗ୍ରହଣ କରାଯାଇପାରିବ ନାହିଁ । ଧନୀ ଓ ଗରିବ ମଧ୍ୟରେ ତାରତମ୍ୟ ସେତେବଡ଼ ସମସ୍ୟା ନୁହେଁ । ଧନୀ ଦିନେ ଗରିବ ଓ ଗରିବ ଦିନେ ଧନୀ ହୋଇଥିବାର ଦୃଷ୍ଟାନ୍ତ ଦୁନିଆରେ ଅଭାବ ନାହିଁ । କିନ୍ତୁ ଜାତି ଜନିତ ବୈଷମ୍ୟ ସବୁ କାଳ ପାଇଁ ସତେ ଯେପରି ଅମରତ୍ୱ ଲାଭ କରିଛି । ଜାତି ପ୍ରଥାରେ ଉଚ୍ଚବର୍ଗ ସଦାବେଳେ ଶ୍ରେଷ୍ଠ, ଦଳିତ ସର୍ବଦା ନିଚ୍ଚ ହୋଇ ଆଜୀବନ ମଥାନତ ହୋଇ ବଂଚିରହେ । ଦାରିଦ୍ର]୍ୟ ଅପେକ୍ଷା ଜାତି ପ୍ରଥା ଅତି ଉତ୍କଟଭାବେ ଅବହେଳିତ ସମାଜର ଦୁଃଖର କାରଣ ହୋଇଚାଲିଛି । ଏହି ଜାତିପ୍ରଥାକୁ ସାହିତ୍ୟରେ ଯେ ବିରୁଦ୍ଧ କରାଯାଇ ନାହିଁ ତାହାନୁହେଁ, ଯେତିକି କରାଯାଇଛି ତାହା ଧର୍ମର ଦ୍ୱାହି ତଳେ ସେଭଳି ପରିପ୍ରକାଶ ପାଇପାରିନାହିଁ । ବାରଶହ ବର୍ଷ ତଳେ ଲିଖିତଚର୍ଯ୍ୟା ଗୀତିକାରେ କାହ୍ନୁ ପାଦଙ୍କ ବର୍ଣ୍ଣନା 'ନଗର ବାହିରେ ଡୋମ୍ବି ତୋହେରି କୁଡ଼ିଆ/ଛୋଇଛୋଇ ଯାହି ସୋ ବ୍ରାହ୍ମ ନାଡ଼ିଆ'.....ରୁ ଅନୁଭବ କରିହୁଏ ନଗର ବାହାରେ ଅବହେଳିତ ସମାଜର ଘର ଥିଲା । ସେ ଘର ଭିତରେ ଅତି ଅସ୍ୱାଭାବିକ ଜୀବନ ଯାପନ କରୁଥିଲା ବାସନ୍ଦ ମଣିଷ । ଠିକ୍ ସେହିଭଳି ଚର୍ଯ୍ୟା ଗୀତିକାର ଛଅଶହ ବର୍ଷ ପରେ ପଂଚସଖା ଯୁଗର ବିଦ୍ରୋହୀ କବି ବଳରାମ ଦାସ ଜାତିପ୍ରଥାକୁ ଦୃଷ୍ଟିରେ ରଖି ରଚନା କରିଛନ୍ତି 'ଲକ୍ଷ୍ମୀ ପୁରାଣ' । ଏହି ପୁରାଣରେ ଠାଏ କହିଛନ୍ତି 'ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖିଆଖୋଇ ହେବେ ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ ବ୍ରାହ୍ମଣ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ ।'
Hinweis: Dieser Artikel kann nur an eine deutsche Lieferadresse ausgeliefert werden.
Autorenporträt
Pitambar Tarai (1959) was born at Mangarajpur, a fishermen's hamlet, in Kujang, on the east coast of Odisha. A mainstream poet of repute, he is also one of the few committed Dalit poets of Odisha. For more than two decades he has been working as a journalist and a social activist, fighting against caste discrimination, and for the people's right over land, forest and water. His published poetry collections include 'Bunde Luha Pithire Samudra', 'Sudrakar Sloka', 'Tarai Sairat', 'Itara' and 'Abhajan'. 'Abhajana' has brought him laurels in the form of Odisha Sahitya Akademi Award, 2011. Although Tarai's primary concern is the freedom of livelihood and expression; equal opportunity to work and education; and safeguarding the fundamental rights of the Dalit, his poems open up to all sections of people with their liberal humanism. He believes that it is not necessary for one to be a born Dalit in order to create a space for the Dalit in literature. He is more inclined to maintain the aesthetic strength of poetry to save it from being reduced to mere statements. In some of his poems he employs a kind of 'sly civility' (Homi Bhaba) to turn the table against the Brahmanical grand narrative. He can be reached at pitambartarai59@gmail.com.