Jetzt bewertenJetzt bewerten
ବୈଭବ ମନୋବିଜ୍ଞାନର ପରିକଳ୍ପନା କେବଳ ଏକ ସାରସ୍ୱତ ଅଭୀପ୍]ସା ନୁହେଁ, ଏହା ଏକ ସଚେତନଶୀଳ ଦାୟିତ୍ୱବୋଧର ପରିପ୍ରକାଶ । ଆମର ସମସ୍ତ ଆର୍ଥିକ ପ୍ରଗତି ସତ୍ତ୍ୱେ ବ୍ୟକ୍ତିଗତ ଜୀବନ ଯେପରି ବିଷାଦଗ୍ରସ୍ତ ହୋଇଉଠୁଛି ଏବଂ ସମଷ୍ଟିଗତ ଜୀବନ ଯେପରି ବେଦନାକ୍ଳିଷ୍ଟ ହୋଇଉଠୁଛି, ସେ ପରିପ୍ରେକ୍ଷୀରେ ବିଷବୟଳରୁ ମୁକ୍ତ ହେବାର ଇଚ୍ଛା ଏକ ସ୍ୱାଭାବିକ ପ୍ରକ୍ରିୟା । ସୌଭାଗ୍ୟବଶତଃ ମନୋବିଜ୍ଞାନ ଓ ସମାଜବିଜ୍ଞାନର ଅଧ୍ୟୟନ ଓ ଗବେଷଣା ରାଜ୍ୟରେ ମଧ୍ୟ ଏ ପ୍ରକାର ମାନସିକତା ପ୍ରତିଧ୍ୱନିତ । ପୁସ୍ତକଟି ଅନୁସନ୍ଧିତ୍ସୁ ସମସ୍ତ ପାଠକପାଠିକା ପାଇଁ ଉଦ୍ଦିଷ୍ଟ । ତଥାପି ପ୍ରଚଳିତ ପାଠ୍ୟକ୍ରମକୁ ପୁରୋଭାଗରେ ରଖି କେତେକ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଇଛି । ଭାବ ଓ ଭାଷା ମଧ୍ୟରେ ସମନ୍ୱୟ ରକ୍ଷା କରିଯିବାର ପ୍ରଯତ୍ନ ହୋଇଛି । ଓଡ଼ିଆ ଭାଷା ଆଧୁନିକ…mehr
Andere Kunden interessierten sich auch für
ବୈଭବ ମନୋବିଜ୍ଞାନର ପରିକଳ୍ପନା କେବଳ ଏକ ସାରସ୍ୱତ ଅଭୀପ୍]ସା ନୁହେଁ, ଏହା ଏକ ସଚେତନଶୀଳ ଦାୟିତ୍ୱବୋଧର ପରିପ୍ରକାଶ । ଆମର ସମସ୍ତ ଆର୍ଥିକ ପ୍ରଗତି ସତ୍ତ୍ୱେ ବ୍ୟକ୍ତିଗତ ଜୀବନ ଯେପରି ବିଷାଦଗ୍ରସ୍ତ ହୋଇଉଠୁଛି ଏବଂ ସମଷ୍ଟିଗତ ଜୀବନ ଯେପରି ବେଦନାକ୍ଳିଷ୍ଟ ହୋଇଉଠୁଛି, ସେ ପରିପ୍ରେକ୍ଷୀରେ ବିଷବୟଳରୁ ମୁକ୍ତ ହେବାର ଇଚ୍ଛା ଏକ ସ୍ୱାଭାବିକ ପ୍ରକ୍ରିୟା । ସୌଭାଗ୍ୟବଶତଃ ମନୋବିଜ୍ଞାନ ଓ ସମାଜବିଜ୍ଞାନର ଅଧ୍ୟୟନ ଓ ଗବେଷଣା ରାଜ୍ୟରେ ମଧ୍ୟ ଏ ପ୍ରକାର ମାନସିକତା ପ୍ରତିଧ୍ୱନିତ । ପୁସ୍ତକଟି ଅନୁସନ୍ଧିତ୍ସୁ ସମସ୍ତ ପାଠକପାଠିକା ପାଇଁ ଉଦ୍ଦିଷ୍ଟ । ତଥାପି ପ୍ରଚଳିତ ପାଠ୍ୟକ୍ରମକୁ ପୁରୋଭାଗରେ ରଖି କେତେକ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଇଛି । ଭାବ ଓ ଭାଷା ମଧ୍ୟରେ ସମନ୍ୱୟ ରକ୍ଷା କରିଯିବାର ପ୍ରଯତ୍ନ ହୋଇଛି । ଓଡ଼ିଆ ଭାଷା ଆଧୁନିକ ଭାବଧାରାର ବାହକ ହୋଇପାରେ, ଲେଖକ ଏପରି ବିଶ୍ୱାସର ଏକାନ୍ତ ଅନୁଗତ । ସୁତରାଂ ସାରସ୍ୱତ ସୌନ୍ଦର୍ଯ୍ୟ ପ୍ରତି ସମ୍ମାନ ରକ୍ଷା କରାଯାଇ ପୁସ୍ତକଟି ରଚନା କରାଯାଇଛି । ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ଶ୍ରଦ୍ଧାଶୀଳ ପାଠକପାଠିକା ଉପକୃତ ହେଲେ ପରବର୍ତ୍ତୀ ଯୋଜନା ଅଧିକ ତ୍ୱରାନ୍ୱିତ ହେବ ।
Hinweis: Dieser Artikel kann nur an eine deutsche Lieferadresse ausgeliefert werden.
Produktdetails
- Verlag: Black Eagle Books
- Seitenzahl: 350
- Erscheinungstermin: 29. Mai 2024
- Oriya-Sprache
- Abmessung: 216mm x 140mm x 20mm
- Gewicht: 445g
- ISBN-13: 9781645601371
- ISBN-10: 1645601374
- Artikelnr.: 70904994
- Libri GmbH
- Europaallee 1
- 36244 Bad Hersfeld
- 06621 890
- Verlag: Black Eagle Books
- Seitenzahl: 350
- Erscheinungstermin: 29. Mai 2024
- Oriya-Sprache
- Abmessung: 216mm x 140mm x 20mm
- Gewicht: 445g
- ISBN-13: 9781645601371
- ISBN-10: 1645601374
- Artikelnr.: 70904994
- Libri GmbH
- Europaallee 1
- 36244 Bad Hersfeld
- 06621 890
ଡ. ଫକୀର ମୋହନ ସାହୁ ପିଏଚ୍].ଡି. (କୁଇନ୍ସ, କାନାଡ଼ା) ବର୍ତ୍ତମାନ ଏକ୍ସ.ଆଇ.ଏମ୍]. ବିଶ୍ୱବିଦ୍ୟାଳୟରେ (ଭୁବନେଶ୍ୱର) ପରିଦର୍ଶକ ପ୍ରଫେସର୍ ରୂପେ କାର୍ଯ୍ୟରତ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗର (ଅଗ୍ରଶିକ୍ଷା କେନ୍ଦ୍ର) ପୂର୍ବତନ ପ୍ରଫେସର୍ ଓ ବିଭାଗୀୟ ମୁଖ୍ୟ ରୂପେ ତିନି ଦଶନ୍ଧିରୁ ଅଧିକ କାଳ ଶିକ୍ଷାଦାନ କରିଛନ୍ତି । ଏତଦ୍]ବ୍ୟତୀତ ଆଇ.ଆଇ.ଟି. (ଭୁବନେଶ୍ୱର) ଏବଂ ଆଇ.ଆଇ.ଏମ୍]. (ରାଞ୍ôଚ) ସହିତ ତାଙ୍କର ଶିକ୍ଷାଦାନ ସମ୍ପୃକ୍ତି ରହିଛି । ସେ ରାଜ୍ୟଗୋଷ୍ଠୀ ବୃତ୍ତି ଲାଭ କରି କାନାଡ଼ାର କୁଇନ୍ସ ବିଶ୍ୱବିଦ୍ୟାଳୟରୁ ପିଏଚ୍].ଡି. ଡିଗ୍ରୀ ହାସଲ କରିଥିଲେ ଏବଂ ଏହି ବିଶ୍ୱବିଦ୍ୟାଳୟରେ କିଛିକାଳ ଶିକ୍ଷାଦାନ ମଧ୍ୟ କରିଥିଲେ । ଭାରତର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଏମିରିଟସ୍ ଫେଲୋସିପ୍ ଏବଂ କାରିୟର ପ୍ରାୟ ଚାଳିଶଜଣ ଗବେଷକ ତାଙ୍କର ତତ୍ତ୍ୱାବଧାନରେ ପି.ଏଚ୍].ଡି. ଉପାଧି ଲାଭ କରିଛନ୍ତି । ବହୁ ସଂଖ୍ୟକ ଗବେଷଣା ପ୍ରକଳ୍ପ ଓ ସମ୍ମିଳନୀର ଯୋଗଦେବା ପାଇଁ ସେ ବହୁଦେଶ ଭ୍ରମଣ କରିଛନ୍ତି । ଏଗୁଡ଼ିକ ମଧ୍ୟରେ କାନାଡ଼ା, ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ବେଲ୍]ଜିୟମ, ହଲାଣ୍ଡ, ସ୍ପେନ୍], ସୁଇଜର୍]ଲାଣ୍ଡ, ତୁର୍କୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର୍ ଏବଂ ସଂଯୁକ୍ତ ଆରବ ରାଷ୍ଟ୍ର ଅନ୍ତର୍ଭୁକ୍ତ । ମନୋବିଜ୍ଞାନ ଓ ପରିଚାଳନା ବିଜ୍ଞାନର ଅଧ୍ୟାପନା ଓ ଗବେଷଣା ବ୍ୟତୀତ ଓଡ଼ିଆ ଭାଷାରେ ପ୍ରବନ୍ଧ-ସାହିତ୍ୟ ଓ ଆଧ୍ୟାତ୍ମିକ ସାହିତ୍ୟ ରଚନାରେ ତାଙ୍କର ସ୍ୱୀକୃତି ରହିଛି । ତାଙ୍କର ରଚିତ ପୁସ୍ତକର ସଂଖ୍ୟା ୪୦ରୁ ଊର୍ଦ୍ଧ୍ୱ ଏବଂ ଏଥିପାଇଁ ସେ ପ୍ରଜାତନ୍ତ୍ର ପ୍ରଚାର ସମିତିର ଝଙ୍କାର ପୁରସ୍କାର ବ୍ୟତୀତ ଓଡ଼ିଶା ସାହିତ୍ୟ ଏକାଡେମୀର ବରିଷ୍ଠ ସାହିତ୍ୟ ସାଧକ ସମ୍ମାନ ଲାଭ କରିଛନ୍ତି ।